Dharitri
VerifiedNewspaper
Dharitri is an India daily newspaper published in the Odia language from the capital city of Bhubaneswar.[1] The newspaper was founded on 24 November 1974 by the Samajbadi Society in Bhubaneswar. Source
Actions
Media Outlet details
| Scope | Local |
|---|---|
| Language | English, German, Oriya, Russian |
| Country | India |
|
Similarweb UVM |
Request pricing |
|
Comscore UVM |
Request pricing |
| Frequency | Daily |
| Days Published | N/A |
Recent Articles
Search Articlesକାର୍କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍ 9:06 am September 23, 2026 / 09
ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ନୟାପଲ୍ଲୀ ପୋଲିସ ତାଙ୍କୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, କଦଳୀ ବୋଝେଇ ଟ୍ରକ୍ଟି ଆନ୍ଧ୍ରପ୍ରଦେଶରୁ ଯାଜପୁର ଅଭିମୁଖେ ଯାଉଥିଲା। ଜୟଦେବ ବିହାର ନିକଟ ଜାତୀୟ ରାଜପଥରେ ଏହା ଏକ କାର୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡ଼ିଥିଲା। ଦୁର୍ଘଟଣା ଖବର ପାଇ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ...
କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ 9:00 am September 23, 2026 / 07
ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତ କରାଯାଇଛି। ଗତ ଶନିବାର ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରୁ ଏନେଇ ଅଧିକାରିକ ଭାବେ ଘୋଷଣା କରାଯାଇଥିଲା। ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଅଧିକାରିକ ପ୍ୟାଡ୍ରେ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ନୂତନ ଦାୟିତ୍ୱ ପାଇବା ପରେ କପିଳେନ୍ଦ୍ର ମଲ୍ଲିକ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ବିଜେଡି ଜିଲା ସଭାପତି ଶିବପ୍ରସାଦ ଭଳଙ୍କ ସମେତ...
ଦୟନୀୟ ଶିକ୍ଷା ଅବସ୍ଥା 8:41 am September 23, 2026 September 23, 2026 / 07
ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ ଦେବା? ଶିକ୍ଷକ, ଅଭିଭାବକ ନା ଛାତ୍ରୀଛାତ୍ରଙ୍କୁ? ଚୁଳରେ ଥାଇ ଆମେ ମୂଳକୁ ଖୋଜିବା କେବଳ ସାର ହେବ। ମୂଳ ଯେ ସାର ମସଲା ଠିକ୍ ବେଳେ ଠିକ୍ ପରିମାଣରେ ପାଇନାହିଁ , ଏହା ହେଉଛି ନିରାଟ ସତ। ଯେଉଁଠି ଛାତ୍ରୀଛାତ୍ର ନିଜ ନାମ ଲେଖିପାରୁ ନାହାନ୍ତି ସେଠି ସେମାନଙ୍କଠାରୁ ଦେଶ ଅଧିକ କ’ଣ ଆଶା କରିବ? ଦୈବାତ୍ ମୁଁ ଜଣେ ୯ମ ଶ୍ରେଣୀରେ ପଢ଼ୁଥିବା ବାଳିକାଙ୍କୁ ପଚାରିଲି- ତୁମ ନାମ କ’ଣ?
ଜିଡିପି ବୃଦ୍ଧିର ରହସ୍ୟ 8:39 am September 23, 2026 September 23, 2026 / 07
ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି ମପାଯାଉଛି ତାହା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତର୍କ ସୃଷ୍ଟି କରିଛି। ଏହି ବିବାଦର ଗୁରୁତ୍ୱ ବଢ଼ିଛି, କାରଣ ତୁଳନାତ୍ମକ ଭାବେ କମ୍ ନାମାଙ୍କନ ଜିଡିପି ବୃଦ୍ଧି, ବେସରକାରୀ ନିବେଶ ଓ ନିଯୁକ୍ତିକୁ ନେଇ ରହିଥିବା ଚିନ୍ତା ଏବଂ ବିଭିନ୍ନ ମୂଲ୍ୟ ସୂଚକାଙ୍କ ଅନୁସାରେ ଏହି ୭.୮% ବୃଦ୍ଧି ଅଧିକ ଦେଖାଯାଉଛି। ଏହି ବିବାଦର ଗୁରୁତ୍ୱ ଆହୁରି ବଢ଼ିଛି, କାରଣ ନାମାଙ୍କନ ଜିଡିପି ୧୦.୩% ବଢ଼ିଥିବା ବେଳେ ବାସ୍ତବ ଜିଡିପି ୭.୮% ବୃଦ୍ଧିପାଇଛି। ଏଥିରୁ...
ମାତ୍ର ୩୨ ରନ୍ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ 8:35 am September 23, 2026 / 07
ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍ରେ ଜାପାନକୁ ୨ ରନ୍ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓଭରରେ ୩୨ ରନ କରିଥିବା ବେଳେ ଜାପାନ ନିର୍ଦ୍ଧାରିତ ୫ ଓଭରରେ ୩୦ ରନ୍ରେ ଅଟକି ଯାଇଥିଲା। ଶେଷ ଓଭରରେ ଜାପାନକୁ ବିଜୟ ପାଇଁ ୮ ରନ ଆବଶ୍ୟକ ଥିଲା। ହେଲେ ଅକ୍ଷର ପଟେଲ ଦମଦାର ବୋଲିଂ କରି ଜାପାନକୁ ମାତ୍ର ୫ ରନ କରିବାକୁ ଦେଇଥିଲେ। ଫଳରେ ଭାରତ ୨ ରନ୍ରେ ମ୍ୟାଚ ଜିତିଥିଲା। ଭାରତର ବିଜୟରେ ଅକ୍ଷର ପଟେଲଙ୍କ ଭୂମିକା ନିର୍ଣ୍ଣାୟକ ରହିଥିଲା। ସେ ୨ ଓଭର ବୋଲିଂ କରି ମାତ୍ର ୬ ରନ ଖର୍ଚ୍ଚ କରିଥିଲେ।...
ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ 8:25 am September 23, 2026 / 07
ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ ଇଞ୍ଜେକ୍ସନ ଯୋଗୁ ନଗେନ ବାଘ (୨୭)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି କିନ୍ନର ସମାଜର ସଦସ୍ୟମାନେ ହସ୍ପିଟାଲ ପରିସରରେ ପହଞ୍ଚି ପ୍ରତିବାଦ କରିଥିଲେ। ଆନ୍ଦୋଳନକାରୀମାନେ ନଗେନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି, ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଅନ୍ୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ଏବଂ ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିସହ...
ମାତ୍ର ୧୬ ରନ୍ କରି ପ୍ଲେୟର ଅଫ ଦି ମ୍ୟାଚ୍ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ 8:16 am September 23, 2026 / 07
ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍କୁ ୫-୫ ଓଭରକୁ କମାଇ ଦିଆଯିବା ପରେ ରୋମାଞ୍ଚ ଅପେକ୍ଷା ଆଣ୍ଟି-କ୍ଲାଇମାକ୍ସ ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ଭାରତ ମାତ୍ର ୩୨ ରନ କରିଥିବା ବେଳେ ଶେଷରେ ୨ ରନ୍ରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଅଧିନାୟକ ଶ୍ରେୟସ ଆୟରଙ୍କୁ ଦିଆଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ପ୍ରଶଂସକ ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଟ୍ରୋଲ...
ଅସଫଳତାକୁ ସ୍ବୀକାର 8:00 am September 23, 2026 September 23, 2026 / 07
ବିଶ୍ୱକପ୍ ଫୁଟ୍ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍ବଲ ବିଶ୍ୱ ମଞ୍ଚରେ ଖେଳିବାକୁ ସୁଯୋଗ ପାଇବ। ୨୦୨୬ ବିଶ୍କପ୍ ଫୁଟ୍ବଲ ଫାଇନାଲ ଜୁଲାଇ ୧୯ରେ ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ସୃଷ୍ଟି ହୋଇଥିବା ଉତ୍ସୁକତା ଭିତରେ ଭାରତୀୟଙ୍କ ପାଇଁ ଆନନ୍ଦର ମୁହୂର୍ତ୍ତ ଆଣିଥିବା ବିଷୟଟିଏ ବିଲୀନ ହୋଇଯାଇଥିବା ନେଇ ଖବର ଏବେ ଗୁଞ୍ଜରଣ ସୃଷ୍ଟି କରିଛି। ତାହା ହେଲା ଜୁଲାଇ ୧୮ରେ ସୁଇଡେନ୍ର ଗୋଟେନ୍ବର୍ଗଠାରେ ଅନୁଷ୍ଠିତ ୧୨ ବର୍ଷରୁ କମ୍ ଗୋଥିଆ କପ୍-୨୦୨୬ ଫୁଟ୍ବଲ ଫାଇନାଲରେ ଭାରତର ମିନର୍ଭା ଏକାଡେମୀ...
ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍ବେଗ 7:47 am September 23, 2026 / 07
ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ ଶିକାରୀମାନେ ବିଭିନ୍ନ ଫନ୍ଦିଫିକର କରି ହାତୀଙ୍କୁ ମାରୁଛନ୍ତି। ଏହାବାଦ୍ ହାତୀଙ୍କ ଲାଗି ସୁରକ୍ଷିତ କରିଡର ନ ଥିବାରୁ ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଆକସ୍ମିକ ଦୁର୍ଘଟଣା ଓ ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୧୧ ବର୍ଷ ତଳେ ହାତୀ ମୃତ୍ୟୁ ବର୍ଷକୁ ହାରାହାରି ୮୦ ସଂଖ୍ୟା ଭିତରେ ରହିଥିବାବେଳେ ଏବେ ଏହି ସଂଖ୍ୟା ୮୫କୁ ଟପିିଲାଣି। ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୧୫ରୁ ୨୦୨୩ ଅକ୍ଟୋବର...
୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ 7:43 am September 23, 2026 September 23, 2026 / 07
ଭୁବନେଶ୍ୱର, ୨୨ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଜିଲାଗୁଡ଼ିକରେ ଭୀଷଣ ବର୍ଷା ସହ ପବନର ପ୍ରଭାବ ଦେଖାଦେବ। ତେବେ ଉପକୂଳ ଛୁଇଁବା ପୂର୍ବରୁ ସମୁଦ୍ରରେ ପବନରେ ବେଗ ଘଣ୍ଟାପ୍ରତି ୫୫ରୁ ୬୫ କି.ମି. ଓ ସର୍ବାଧିକ ୭୫ କି.ମି.