Sambad.in
Online/Digital
Way back thirty two years ago, Odia journalism witnessed the dawn of a new era in 1984, when Sambad was launched as the first vernacular morninger of the state. And, as they say, the rest is history.
With many firsts to its credit, SAMBAD, not only brought about a revolution in the media industry of Odisha but also set new standards in Odia journalism. Sambad, is no longer a newspaper but a movement for socio-economic changes. Riding on the support of the readers Sambad today is the No.1 Odia daily, a household name for substance and style.
Sambad, with a circulation of more than 4 lakhs and a huge readership of nearly 70 lakhs, is published from eight centre.
SAMBAD is Odisha’s most widely read and the largest circulated Odia daily. Started in 1984 and the first to introduce offset printing technology in the state, it has 8 editions now. Source
Actions
Media Outlet details
| Scope | Local |
|---|---|
| Language | Oriya |
| Country | India |
|
Similarweb UVM |
Request pricing |
|
Comscore UVM |
Request pricing |
Recent Articles
Search ArticlesAir strike: ସକ୍ରିୟ ହେବ ‘ମକ୍କା ଚୁକ୍ତି’ ହୁତି ବିଦ୍ରୋହୀଙ୍କ ଉପରେ ଏୟାର୍ ଷ୍ଟ୍ରାଇକ୍ ପାଇଁ ପାକିସ୍ତାନ ପ୍ରସ୍ତୁତ
ଇସଲାମାବାଦ: ସାଉଦି ଆରବରେ ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ପାକିସ୍ତାନ ସୀମାପାର ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ସାଉଦି ଆରବର ଶକ୍ତି ଭିତ୍ତିଭୂମି ଉପରେ ହୁତି ଆକ୍ରମଣରେ ୭୩ ଜଣ ଆହତ ହେବା ପରେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ‘ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି’ ସକ୍ରିୟ କରାଯିବା ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା ମକ୍କା ଚୁକ୍ତି ନିୟମ ଅନୁଯାୟୀ, କୌଣସି ଗୋଟିଏ ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଦସ୍ୟ ମିଳିତ ଭାବେ ଏହାର ଜବାବ ଦେବେ। ପାକିସ୍ତାନ ସେନା...
MLA's son: ସୀମା ଟପିଲେ ବିଧାୟକଙ୍କ ପୁଅ
ଆସିକା/ବ୍ରହ୍ମପୁର: ୧୭ ମାସ ପରେ ବସିଥିଲା ଆସିକାପଞ୍ଚାୟତ ସମିିତି ବୈଠକ। ହେଲେ ବୈଠକ ଆରମ୍ଭରୁ ଚାଲିଲା ଯୁକ୍ତିତର୍କ। ବିଧାୟକ ସରୋଜ ପାଢ଼ୀଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ ସରପଞ୍ଚ ଓ ସମିତିସଭ୍ୟ। ବ୍ଲକ୍ରେ ବିଲ୍ ପଡ଼ି ରହୁଥିଲା ବେଳେ ଅଞ୍ଚଳର ବିକାଶ ପ୍ରତି ଆଖି ବୁଜି ଦିଆଯାଉଥିବା ଅଭିଯୋଗ ଉଠିଲା। ଏହାକୁ ନେଇ ବିଧାୟକଙ୍କ ସହ କଥା କଟାକଟି ବେଳେ ବୈଠକରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଧାୟକଙ୍କ ଦୁଇ ପୁଅ ସମ୍ବିତ ଓ ସଙ୍ଗୀତ। ଏହାକୁ ନେଇ ବୈଠକରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ହୋଇଥିଲା। କଥା ହାତାହାତି ଯାଏଁ ବି ପଳାଇଥିଲା। ଅବଶ୍ୟ ପୁଲିସ ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ...
STF: ଭୋଗରାଇରୁ ୫ ଓରାଂଉଟାନ୍ ଉଦ୍ଧାର ଘଟଣା: ଏସ୍ଟିଏଫ୍ର ତନାଘନା
ବାଲେଶ୍ବର/ଭୋଗରାଇ/ଚନ୍ଦନେଶ୍ବର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ବିରଳ ଓରାଂଉଟାନ୍ ଉଦ୍ଧାର ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସ୍ପେସାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ଓ ବନ ବିଭାଗ ଅଧିକାରୀମାନେ ଆଜି ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛନ୍ତି। ଭାରତରେ ଦେଖାଯାଉ ନଥିବା ଏହି ବିରଳ ଜୀବ ଭୋଗରାଇକୁ ଆସିଲେ କେମିତି? ସେମାନଙ୍କୁ କିଏ ଏଠାରେ ଛାଡ଼ିଲା? ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରୢାକେଟ୍ର ଏଥିରେ ସମ୍ପୃକ୍ତି ରହିଛି କି? ସିସିଟିଭି ଫୁଟେଜ୍ରେ ଥିବା ଥାର୍ ଗାଡ଼ି କାହାର?
Chief Minister in the UAE: ୟୁଏଇରେ ମୁଖ୍ୟମନ୍ତ୍ରୀ: ଆଦାନୀ, ଆଇଏଚ୍ସି ସହ ଏମ୍ଓୟୁ, ୧୪ ପ୍ରକଳ୍ପ, ୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା
ଭୁବନେଶ୍ବର: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିସ୍ଥିତ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କର୍ପୋରେସନ୍ (ଆଇଏଚ୍ସି) ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ନିବେଶ ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି। ଆରବୀୟ ଲୋକନୃତ୍ୟ ମାଧ୍ୟମରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର, ଆଇଏଚ୍ସି ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ ୨,୧୦,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୮.୭ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।...
Kharagpur-Jharsuguda: ଖଡ଼ଗପୁର-ଝାରସୁଗୁଡ଼ା ଚତୁର୍ଥ ରେଳଲାଇନ୍ ମଞ୍ଜୁର: ୩୬୭ କିମି ଲମ୍ବ, ୬୫୨୮ କୋଟି ଅଟକଳ
ନୂଆଦିଲ୍ଲୀ: ଖଡ଼ଗପୁର-ଝାରସୁଗୁଡ଼ା (ବାଗଡ଼ିହି) ଚତୁର୍ଥ ରେଳ ଲାଇନ୍ ସମେତ ରେଳ ମନ୍ତ୍ରଣାଳୟର ୩ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଆଜି ମଞ୍ଜୁର କରିଛି। ଏହି ୩ଟି ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ମଞ୍ଜୁର ହୋଇଛି। ୨୦୨୯-୩୦ ସୁଦ୍ଧା ପ୍ରକଳ୍ପଗୁଡ଼ିକୁ ଶେଷ କରିବା ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପର ଲମ୍ବ ୩୬୭ କିଲୋମିଟର ଓ ଏହାର ମୋଟ ଅଟକଳ ହେଉଛି ୬୫୨୮ କୋଟି ଟଙ୍କା। ଏହି ପ୍ରକଳ୍ପ ଦ୍ବାରା ସୁନ୍ଦରଗଡ଼,...
District: ଦେଶର ସର୍ବାଧିକ ବିପର୍ଯ୍ୟୟପ୍ରବଣ ଜିଲ୍ଲା
ଅଲେଖ ଚନ୍ଦ୍ର ପଢ଼ିଆରୀ ଆଇ.ଆଇ.ଟି. ମଣ୍ଡି ଓ ଆଇ.ଆଇ.ଟି. ଗୌହାଟୀ ଭଳି ଭାରତର ଦୁଇଟି ପ୍ରମୁଖ ପ୍ରାଦ୍ୟୋଗିକ ଶିକ୍ଷାନୁଷ୍ଠାନ ତରଫରୁ ଭାରତରେ ଜଳବାୟୁ ପରିବର୍ତ୍ତନର ବିପଦ ସମ୍ପର୍କରେ ୬୦୦ଟି ଯାକ ଜିଲ୍ଲାକୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା। ଆଇ.ଆଇ.ଟି.ର ବିଶେଷଜ୍ଞମାନଙ୍କ ଗବେଷଣାର ବିଷୟବସ୍ତୁ ଥିଲା ‘ଆଇ.ପି.ସି.ସି.
Lashkar-e-Taiba: ଲସ୍କର-ଏ-ତୋଏବାର ନୂଆ ଧମକ: ‘ଚାକିରି ଛାଡ଼ ନଚେତ୍ ମୃତ୍ୟୁ’
ଶ୍ରୀନଗର: ଲସ୍କର-ଏ-ତୋଏବା (ଏଲ୍ଇଟି) ସହ ସମ୍ପୃକ୍ତ ଆତଙ୍କବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ୍ କାଉନସିଲ୍ (ୟୁଏଲ୍ସି) ପକ୍ଷରୁ ମିଳିଥିବା ଧମକପୂର୍ଣ୍ଣ ଚିଠି ଜମ୍ମୁ-କାଶ୍ମୀରରେ କାର୍ଯ୍ୟରତ ପ୍ରାୟ ୭,୦୦୦ କାଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଆତଙ୍କିତ କରିଦେଇଛି। ପ୍ରଧାନମନ୍ତ୍ରୀ ପ୍ୟାକେଜ୍ (ପିଏମ୍ ପ୍ୟାକେଜ୍) ଅଧୀନରେ ନିଯୁକ୍ତ ଏହି କର୍ମଚାରୀମାନଙ୍କର ବ୍ୟକ୍ତିଗତ ଫୋନ୍ ନମ୍ବର, ଘର ଠିକଣା ଏବଂ ଗାଡ଼ି ପଞ୍ଜୀକରଣ ତଥ୍ୟ ଅନ୍ଲାଇନ୍ରେ ଲିକ୍ କରାଯାଇଛି। କାଶ୍ମୀର ଉପତ୍ୟକାରେ ଗୋଟିଏ ମାସ ମଧ୍ୟରେ ଅନ୍ତତଃ ପାଞ୍ଚଟି ଏପରି ଧମକପୂର୍ଣ୍ଣ ଚିଠି ଜାରି କରାଯାଇଥିବା ବେଳେ, ନୂତନ ଧମକରେ କାଶ୍ମୀରୀ...
Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା
ନବରଙ୍ଗପୁର (ସୁରେଶ ନାଇଡୁ): ଗତ ୩ତାରିଖ ଦିନ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ମିଟର ପହଚିଂବା ପରେ ଗୋଟିଏ ୪ ନମ୍ବର ଗେଟ୍କୁ ପ୍ରାୟ ୪୦ ମିନିଟ୍ ପାଇଁ ଟ୍ରାଏଲ୍ ରନ୍ରେ ୨ମିଟର ଉଚ୍ଚତାରେ ଖୋଲାଯାଇଥିଲା ୬୪୦.୫ମିଟର ହେଲେ ଇନ୍ଦ୍ରାବତୀର ଦୁଇଟି ଓ ମୁରାନର ଗୋଟିଏ ଗେଟ୍ ଖୋଲାଯିବ ବୋଲି ଇଂ ପଟ୍ଟନାୟକ କହିଛନ୍ତି। ତେବେ ଲଗାଥାର ଭାବେ ଜଳଭଣ୍ଡାରର ଜଳସ୍ତର ୬୪୦.୧୦ମିଟରରେ ରହିଛି। ଏହା ସାଙ୍ଗକୁ ଗତ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବି ବୃଦ୍ଧି ପାଇଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୮୨.୮୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ରେ ୧୯୫.୭୨୮ କ୍ୟୁସେକ ଜଳ...
Neglect: ୪ ମାସରେ ୩ ଜୁଆଙ୍ଗ ଶିଶୁ ମୃତ, କାରଣ ଖୋଜି ପାରୁନି ପ୍ରଶାସନ
କାଳିଆପାଣି (ରବି ନାରାୟଣ କର): ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ମୌଜାରେ ପୁଣି ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ତଳଡ଼ିହ ବସ୍ତିର ମନିତା ଓ ଶିବ ପ୍ରଧାନଙ୍କ ଷଷ୍ଠ ସନ୍ତାନ କଇଁଚି(୪ ମାସ)। ସୋମବାର ବିଳମ୍ବିତ ରାତି ନିଜ ଘରର ଅସ୍ବାସ୍ଥ୍ୟକର ପରିବେଶରେ ଚିକିତ୍ସା ବିନା ଏହି ଶିଶୁକନ୍ୟାର ମୃତ୍ୟୁ ହୋଇଥିବା କୁହାଯାଇଛି। ଗତ ମେ ମାସ ୧୭ ତାରିଖରେ ନିଜ କୁଡ଼ିଆରେ ଜନ୍ମ ହୋଇଥିବା ଏହି ରୋଗଣା ଶିଶୁକନ୍ୟା ମେଡିକାଲ ମାଟି ମାଡ଼ିନଥିବା ଜଣାପଡ଼ିଛି। ଗୁରୁବାର କଇଁଚି ପିଠିରେ ଏକ ଫୋଟକା ହୋଇଥିଲା। ପାଖରେ ଏକାଧିକ ନାଲିନାଲି ଘାଆ ଦେଖାଯାଇଥିଲା। ପେଟ ଫୁଲି ଯାଇଥିଲା। ଦେହରେ ଜର ଥିଲା ବୋଲି ମନିତା...
Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ
ଢାକା: ବାଂଲାଦେଶରେ ମିଳିମିଳାର ଭୟାବହ ସଂକ୍ରମଣ ଜାରି ରହିଥିବାବେଳେ ମାର୍ଚ୍ଚରୁ ଏଯାବତ୍ ମିଳିମିଳା ଓ ମିଳିମିଳା ସଦୃଶ ଲକ୍ଷଣରେ ୧,୦୦୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସେହିପରି ୧,୮୭,୪୮୪ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି। ଡିଜିଏଚ୍ଏସ୍ର ତଥ୍ୟ ଅନୁସାରେ, ଚଳିତ ବର୍ଷର ସଂକ୍ରମଣ ଗତ କିଛି ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ଭୟାବହ ମିଳିମିଳା ସଙ୍କଟରେ ପରିଣତ ହୋଇଛି। ସ୍ବାସ୍ଥ୍ୟ ଅଧିକାରୀମାନେ ସ୍ବୀକାର କରିଛନ୍ତି ଯେ, ଟିକାକରଣ କାର୍ଯ୍ୟକ୍ରମରେ ରହିଥିବା ଫାଙ୍କ ଯୋଗୁ ସଂକ୍ରମଣ ନିୟନ୍ତ୍ରଣରେ ବାଧା ସୃଷ୍ଟି ହୋଇଛି। ମିଳିମିଳା ଅତ୍ୟନ୍ତ ସଂକ୍ରାମକ ରୋଗ। କାଶ ଓ ଛିଙ୍କ ମାଧ୍ୟମରେ ଏହା ସହଜରେ ବ୍ୟାପିଥାଏ।...